ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି | 06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି | 06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Odisha

Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ଥିବା ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡ ଦେଇ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବାକୁ ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର (ସୋନପୁର), ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ

ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ମଧ୍ୟ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ଧରି ଲଗାଣ ବର୍ଷା ହେବାର ସମ୍ଭାବନା ଥିବାରୁ ସହରାଞ୍ଚଳରେ ଜଳବନ୍ଦୀ, କୃତ୍ରିମ ବନ୍ୟା, ରାସ୍ତାଘାଟ ଜଳମଗ୍ନ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।

ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ବର୍ଷା

ଜୁନ୍ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୨୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷାର ପରିମାଣ ୨୬୫.୮ ମିଲିମିଟର ଥିବାବେଳେ ଚଳିତ ବର୍ଷ ଏହାଠାରୁ ପ୍ରାୟ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି।

ରାଜ୍ୟର ୧୨ଟି ସ୍ଥାନରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୨୪ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର (ସୋନପୁର)ରେ ସର୍ବାଧିକ ୩୨୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ କଳାହାଣ୍ଡି, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ