ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି | 06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି | 06:35 AM WhatsApp Username | ହ୍ୱାଟସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ ନୋଟିସ୍; ଜୁଲାଇ ୯ ସୁଦ୍ଧା ମେଟାକୁ ଜବାବ ଦେବାକୁ ନିର୍ଦ୍ଦେଶ | 06:17 AM Russian Airstrike on Ukraine | ନାଟୋ ବୈଠକ ପୂର୍ବରୁ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ; ରୁଷ ଛାଡ଼ିଲା ୬୮ ମିସାଇଲ୍ ଓ ୩୫୧ ଡ୍ରୋନ୍ | 06:15 AM IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ | 06:07 AM Odisha Weather | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Odisha

IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ

IIC Beauty Mohanty | ଚାଉଳିଆଗଞ୍ଜ ଥାନା ମହିଳା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା; ହତ୍ୟା ନା ଆତ୍ମହତ୍ୟା, ବଢ଼ିଲା ସସ୍ପେନ୍ସ

କଟକ: ଚାଉଳିଆଗଞ୍ଜ ଥାନାର ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ହସ୍ତଗତ ହୋଇଛି। କଟକ ଏସସିବି ମେଡିକାଲ କଲେଜର ଫରେନ୍ସିକ୍ ମେଡିସିନ୍ ଓ ଟକ୍ସିକୋଲୋଜି (FMT) ବିଭାଗ ପକ୍ଷରୁ ଏହି ରିପୋର୍ଟ ମଙ୍ଗଳାବାଗ ଥାନାକୁ ପ୍ରଦାନ କରାଯାଇଛି।

ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ (Asphyxia) ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। ତେବେ ରିପୋର୍ଟରେ ସନ୍ଦେହଜନକ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବିସରା (Viscera) ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏସସିବି ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ପୋଷ୍ଟମର୍ଟମ କରିଥିଲେ।

ଥାନା କ୍ୱାର୍ଟର୍ସରୁ ଉଦ୍ଧାର ହୋଇଥିଲା ମୃତଦେହ

ଚାଉଳିଆଗଞ୍ଜ ଥାନା ପରିସରରେ ଥିବା କ୍ୱାର୍ଟର୍ସରୁ ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ରାତି ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଥିବାବେଳେ ଶନିବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। ଘଟଣା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଥିଲା।

ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ବିୟୁଟି ମହାନ୍ତିଙ୍କ ବେକ ଓ ଗୋଡ଼ରେ ଦାଗ ଥିବା ସହ ତାଙ୍କ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଥିବା ଦର୍ଶାଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। କୌଣସି ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଇଥିବା ଆଶଙ୍କା କରି ସେମାନେ ଘଟଣାର ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ବିୟୁଟିଙ୍କ ସ୍ୱାମୀ ସେମାନଙ୍କ ଦାମ୍ପତ୍ୟ ଜୀବନରେ କୌଣସି ମନୋମାଳିନ୍ୟ ନଥିବା କହିଥିବାବେଳେ, ବିୟୁଟିଙ୍କ ଭାଇ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

କଣ ଘଟିଥିଲା ସେଦିନ?

ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ବିଭିନ୍ନ ମାମଲାର ସମୀକ୍ଷା କରିଥିଲେ। ଅପରାହ୍ନରେ କିଛି ସମୟ ସିସିଟିଏନଏସ୍ (CCTNS) କକ୍ଷରେ ବସିବା ପରେ ଦିନ ପ୍ରାୟ ୨ଟା ୩୦ ମିନିଟ୍‌ରେ ଲାଲବାଗ ଥାନା ପରିସରରେ ଥିବା କ୍ୱାର୍ଟର୍ସକୁ ଯାଇଥିଲେ। ସନ୍ଧ୍ୟାରେ ପୁଣି ଥାନାକୁ ଫେରି ପୁରୁଣା ମାମଲାଗୁଡ଼ିକର ନିଷ୍ପତ୍ତି ଶୀଘ୍ର କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାତି ପ୍ରାୟ ୮ଟା ସମୟରେ ଜୋନ୍-୫ ଏସିପି ସୁଧାଂଶୁ ଜେନା ଥାନାକୁ ଆସି ବିଭିନ୍ନ ମାମଲା ନେଇ ବିୟୁଟିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସମସ୍ତେ ମିଶି ବ୍ଲାକ୍ କଫି ପିଇଥିଲେ। ସେତେବେଳେ ବିୟୁଟି କୌଣସି ମାନସିକ ଚାପରେ ଥିବା ଭଳି ଲକ୍ଷଣ ଦେଖାଯାଇନଥିବା ସୂଚନା ମିଳିଛି।

ରାତି ପ୍ରାୟ ୯ଟା ୧୫ ମିନିଟ୍‌ରେ ସେ ଥାନାର ଦ୍ୱିତୀୟ ମହଲାରେ ଥିବା ରେଷ୍ଟରୁମ୍‌କୁ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ଥାନାର ଡ୍ରାଇଭର ଖାଇବା ପାଇଁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନଥିଲେ।

ପରଦିନ ସକାଳ ପ୍ରାୟ ୮ଟାରେ ଜଣେ ମହିଳା କର୍ମଚାରୀ ଫୋନ୍ କରିଥିଲେ। କୌଣସି ଉତ୍ତର ନମିଳିବାରୁ ସେ ଉପରକୁ ଯାଇ କବାଟ ବାଡ଼େଇଥିଲେ, କିନ୍ତୁ କବାଟ ନ ଖୋଲିବାରୁ ଫେରି ଆସିଥିଲେ।

ପରେ ସକାଳ ପ୍ରାୟ ୯ଟା ସମୟରେ ଗ୍ରୁପ୍ କଲ୍ ପାଇଁ ଆଡିସନାଲ୍ ଆଇଆଇସି ସୂର୍ଯ୍ୟକାନ୍ତ ସେଠୀ ଓ ଅନ୍ୟ କର୍ମଚାରୀମାନେ ରେଷ୍ଟରୁମ୍‌ର କବାଟ ବାଡ଼େଇଥିଲେ। କବାଟ ନ ଖୋଲିବାରୁ ତାହାକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେଠାରେ ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଟିପ୍ପଣୀ: ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଭାବେ ‘ଶ୍ୱାସରୁଦ୍ଧ’ ଉଲ୍ଲେଖ ଥିଲେ ମଧ୍ୟ, ଏହି ମାମଲାର ତଦନ୍ତ ଜାରି ରହିଛି। ବିସରା ରିପୋର୍ଟ ଓ ପୋଲିସ ତଦନ୍ତର ଚୂଡ଼ାନ୍ତ ଫଳାଫଳ ପରେ ମାତ୍ର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ