ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta | 02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta | 02:31 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ପୁଣି ନମ୍ବର-୧ | 02:31 PM ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଝଟ୍‌କା, ଦଣ୍ଡାଦେଶ କାଏମ | 02:31 PM ଲଦାଖ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କିଏ ପାଇବେ | 02:31 PM WhatsApp ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ରକୁ ଜବାବ ଦେଲା Meta
ଭାରତ

ଜର୍ମାନୀରୁ ଫେରି ମାଆଙ୍କୁ ସୁନା ଗହଣା ଉପହାର ଦେଲେ ଝିଅ; ଭାବପ୍ରବଣ ଭିଡିଓ ଭାଇରାଲ

ସିମଲା, ୧୧/୦୭: ଦୀର୍ଘ ଚାରି ବର୍ଷ ପରେ ଜର୍ମାନୀରୁ ଘରକୁ ଫେରିଥିବା ଜଣେ ଝିଅ ନିଜ ମାଆଙ୍କୁ ସୁନା ଗହଣା ଉପହାର ଦେବାର ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ଉପହାର ବାକ୍ସ ଖୋଲିବା ପରେ ମାଆଙ୍କ ଆଖିରୁ ଝରିପଡ଼ିଥିବା ଖୁସିର ଲୁହ ଦର୍ଶକଙ୍କ ହୃଦୟକୁ ଛୁଇଁଛି।

ହିମାଚଳ ପ୍ରଦେଶର କଣ୍ଟେଣ୍ଟ କ୍ରିଏଟର ବଂଶିକା ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଜଣାପଡ଼ିଛି। ନିଜ ସ୍ୱପ୍ନ ପୂରଣ ପାଇଁ ସେ ଚାରି ବର୍ଷ ପୂର୍ବେ ଜର୍ମାନୀ ଯାଇଥିଲେ ଏବଂ ପରିବାର ତାଙ୍କୁ ସାହସ ଦେଇଥିଲା।

ଭିଡିଓରେ ବଂଶିକା ପ୍ରଥମେ ଗୋଟିଏ ଗହଣା ବାକ୍ସ ଖୋଲି ମାଆଙ୍କୁ ସୁନା ହାର ଦେଖାଉଛନ୍ତି। ପରେ ଆଉ ଏକ ଅଳଙ୍କାର ସେଟ୍‌ ବାହାର କରିବାରୁ ମାଆ ଆଶ୍ଚର୍ଯ୍ୟ ଏବଂ ଆନନ୍ଦରେ କାନ୍ଦିପକାଉଛନ୍ତି।

ବଂଶିକାଙ୍କ କହିବା ଅନୁସାରେ ମାଆଙ୍କ ତ୍ୟାଗ ଏବଂ ସଂଘର୍ଷ ପ୍ରତି କୃତଜ୍ଞତା ଜଣାଇବା ପାଇଁ ସେ ନିଜ ରୋଜଗାରରୁ ଏହି ଉପହାର କିଣିଥିଲେ। ଭିଡିଓଟି ମହଙ୍ଗା ଉପହାରଠାରୁ ଅଧିକ ମାଆ-ଝିଅଙ୍କ ସ୍ନେହ ଓ ସମ୍ମାନର ପ୍ରତୀକ ଭାବେ ପ୍ରଶଂସା ପାଉଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ