ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା
କ୍ରୀଡ଼ା

ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ

ନୂଆଦିଲ୍ଲୀ, ୧୦/୦୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ତେବେ ମଇଦାନ ବାହାରେ ସେ ଏକ ବଡ଼ ଆଇନଗତ ସଫଳତା ପାଇଛନ୍ତି। AI ଜରିଆରେ ତାଙ୍କ ନାମ, ଫଟୋ ଓ ପରିଚୟର ଦୁରୁପଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଅଭିଷେକ ଶର୍ମା ଅଭିଯୋଗ କରିଥିଲେ ଯେ AI ମାଧ୍ୟମରେ ତାଙ୍କ ଛବି ସୃଷ୍ଟି କରି ତାହାର ବାଣିଜ୍ୟିକ ଓ ଅନଧିକୃତ ବ୍ୟବହାର କରାଯାଉଛି। ଏହା ସହ ତାଙ୍କ ନାମ ଓ ପରିଚୟର ମଧ୍ୟ ଅପବ୍ୟବହାର ହେଉଥିବା ଦର୍ଶାଇ ସେ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଅପବ୍ୟବହାର ହେଉଥିବା ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ମାମଲାର ଶୁଣାଣି ବେଳେ ଅଭିଷେକ କିଛି ସୋସିଆଲ ମିଡିଆ ଆକାଉଣ୍ଟ ଓ ଅନଲାଇନ୍ ଲିଙ୍କ୍‌ର ବିବରଣୀ କୋର୍ଟରେ ଦାଖଲ କରିଥିଲେ। ଏହାକୁ ବିଚାର କରି ଦିଲ୍ଲୀ ହାଇକୋର୍ଟ ତାଙ୍କ ନାମ, ଫଟୋ ଓ ପରିଚୟର ଦୁରୁପଯୋଗ କରୁଥିବା ପୋଷ୍ଟ ଏବଂ ଲିଙ୍କ୍‌ଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋର୍ଟ ପକ୍ଷରୁ ଆନୁଷ୍ଠାନିକ ଆଦେଶ ମଧ୍ୟ ଜାରି କରାଯିବ।

ମଇଦାନରେ ଏପର୍ଯ୍ୟନ୍ତ ନିରାଶାଜନକ ପ୍ରଦର୍ଶନ

ଅନ୍ୟପଟେ, ଇଂଲଣ୍ଡ ବିପକ୍ଷ ଚାଲିଥିବା ସିରିଜ୍‌ରେ ଅଭିଷେକଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଆଶାନୁରୂପ ଚମକ ଦେଖାଇପାରିନାହିଁ। ଚାରିଟି ମ୍ୟାଚ୍‌ରେ ସେ ୫୯, ୪୩, ୧୦ ଓ ୧୬ ରନ୍ କରିଛନ୍ତି।

ଏପଟେ ଭାରତୀୟ ଦଳ ସିରିଜ୍‌ରେ ୩-୦ରେ ପଛରେ ରହିଛି। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ, ୧୧ ଜୁଲାଇରେ ଖେଳାଯିବାକୁ ଥିବା ଶେଷ ଟି-୨୦ ମ୍ୟାଚ୍‌ରେ ଅଭିଷେକଙ୍କଠାରୁ ବଡ଼ ଇନିଂସର ଆଶା ରହିଛି। କୋର୍ଟରେ ମିଳିଥିବା ଏହି ଆଇନଗତ ସଫଳତା ପରେ ସେ ମଇଦାନରେ କିପରି ପ୍ରଦର୍ଶନ କରିବେ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ