ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା
ସ୍ୱାସ୍ଥ୍ୟ

ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍

ନୂଆଦିଲ୍ଲୀ, ୧୦/୦୭: ମଧୁମେହ (ଡାଇବେଟିସ୍) ରୋଗୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଏବେ ପ୍ରତିଦିନ ଇନସୁଲିନ୍ ନେବା ପରିବର୍ତ୍ତେ ସପ୍ତାହକୁ କେବଳ ଥରେ ଇନସୁଲିନ୍ ନେବା ସମ୍ଭବ ହେବ। ଡେନମାର୍କର ଔଷଧ ନିର୍ମାତା କମ୍ପାନି ନୋଭୋ ନର୍ଡିସ୍କ ଭାରତରେ ‘ଆୱିକ୍ଲି’ (Insulin Icodec) ନାମକ ଏହି ନୂତନ ଔଷଧ ଲଞ୍ଚ୍ କରିଛି। କମ୍ପାନି ଏହାକୁ ବିଶ୍ୱର ପ୍ରଥମ ସପ୍ତାହିକ ବେସଲ୍ ଇନସୁଲିନ୍ ବୋଲି ଦାବି କରିଛି। ଏହା ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସ୍‌ରେ ପୀଡ଼ିତ ପ୍ରାପ୍ତବୟସ୍କ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ନୂତନ ଇନସୁଲିନ୍ ବ୍ୟବହାର କଲେ ବର୍ଷକୁ ପ୍ରତିଦିନ ନେବାକୁ ପଡ଼ୁଥିବା ୩୬୫ଟି ଇଞ୍ଜେକ୍ସନ୍ ବଦଳରେ ମାତ୍ର ୫୨ଟି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ। କମ୍ପାନି କହିଛି, ପ୍ରତିଦିନ ଇନସୁଲିନ୍ ନେବାର ଭୟ ଯୋଗୁଁ ଅନେକ ରୋଗୀ ଚିକିତ୍ସା ଆରମ୍ଭ କରିବାରେ ୭ରୁ ୯ ବର୍ଷ ପର୍ଯ୍ୟନ୍ତ ବିଳମ୍ବ କରନ୍ତି। ଏହି ନୂତନ ବ୍ୟବସ୍ଥା ସେହି ସମସ୍ୟାକୁ କମାଇବ ବୋଲି ଆଶା କରାଯାଉଛି।

କମ୍ପାନି ୭୦୦ ୟୁନିଟ୍ ପ୍ୟାକ୍‌ର ମୂଲ୍ୟ ୨,୬୧୧ ଟଙ୍କା ରଖିଛି। ଅର୍ଥାତ୍ ପ୍ରତି ୟୁନିଟ୍‌ର ଦାମ ପ୍ରାୟ ୩.୭୩ ଟଙ୍କା, ଯାହା ବର୍ତ୍ତମାନ ବ୍ୟବହୃତ ଦୈନିକ ବେସଲ୍ ଇନସୁଲିନ୍ ତୁଳନାରେ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍। ଯଦି କୌଣସି ରୋଗୀଙ୍କୁ ପ୍ରତିଦିନ ୧୦ ୟୁନିଟ୍ ଇନସୁଲିନ୍ ଆବଶ୍ୟକ ହୁଏ, ତେବେ ସେ ସପ୍ତାହକୁ ୭୦ ୟୁନିଟ୍ ନେବେ ଏବଂ ମାସିକ ଖର୍ଚ୍ଚ ପ୍ରାୟ ୨୬୧ ଟଙ୍କା ହେବ।

ଏଥିସହ ପଢନ୍ତୁ: ଟାଟୁ କରିବାକୁ ଭାବୁଛନ୍ତି କି? ଚେୟାରରେ ବସିବା ପୂର୍ବରୁ ଏହି ସୁରକ୍ଷା ନିୟମଗୁଡ଼ିକୁ ନିଶ୍ଚୟ ଜାଣନ୍ତୁ।

ଏହି ଇନସୁଲିନ୍ ଏକ ପ୍ରି-ଫିଲ୍ଡ ପେନ୍ ଡିଭାଇସ୍ ମାଧ୍ୟମରେ ପେଟ, ଜଙ୍ଘ କିମ୍ବା ବାହୁର ଚର୍ମ ତଳେ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ ଦିଆଯାଇଥାଏ। ନୋଭୋ ନର୍ଡିସ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ‘ଆୱିକ୍ଲି’ ଲଞ୍ଚ୍ କରିବାରେ ଭାରତ ବିଶ୍ୱର ସପ୍ତମ ଦେଶ। ଏହି ନୂତନ ଚିକିତ୍ସା ପଦ୍ଧତି ରୋଗୀଙ୍କ ମାନସିକ ଓ ଶାରୀରିକ ଚାପକୁ କମାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଆମେରିକା, ୟୁରୋପୀୟ ସଂଘ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଅନୁମୋଦନ ପାଇସାରିଛି।

ଭାରତରେ ବର୍ତ୍ତମାନ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍‌ରେ ପୀଡ଼ିତ ଥିବାବେଳେ ୧୩.୬ କୋଟିରୁ ଅଧିକ ଲୋକ ପ୍ରି-ଡାଇବେଟିସ୍‌ରେ ଆକ୍ରାନ୍ତ। ଏପରି ସମୟରେ ଏହି ନୂତନ ଇନସୁଲିନ୍ ଲଞ୍ଚ୍‌କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ଭାରତୀୟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ଏସ୍.କେ. ୱାଙ୍ଗନୁ କହିଛନ୍ତି, ଇନସୁଲିନ୍ ଚିକିତ୍ସାରେ ବିଳମ୍ବ ଓ ଔଷଧ ନିୟମିତ ନ ନେବା ଡାଇବେଟିସ୍‌କୁ ଅଧିକ ଗମ୍ଭୀର କରିଥାଏ। ତେଣୁ ଏଭଳି ସରଳ ଚିକିତ୍ସା ବ୍ୟବସ୍ଥା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହାସହ ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ (NFHS) ଅନୁଯାୟୀ ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ଉଚ୍ଚ ରକ୍ତଶର୍କରା ସମସ୍ୟା ଦ୍ରୁତ ହାରରେ ବଢ଼ୁଥିବାବେଳେ କମ୍ ବୟସରେ ମଧ୍ୟ ଟାଇପ୍-୨ ଡାଇବେଟିସ୍ ମାମଲା ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ