ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା | 01:38 PM ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ସପ୍ତାହକୁ ମାତ୍ର ଥରେ ନେବାକୁ ପଡ଼ିବ ଇନସୁଲିନ୍ | 01:34 PM ପଡ଼ିଆରେ ନିରାଶ, କୋର୍ଟରେ ବଡ଼ ସଫଳତା; ଅଭିଷେକ ଶର୍ମାଙ୍କ ସପକ୍ଷରେ ଆସିଲା ରାୟ | 01:28 PM ଅଟୋଗ୍ରାଫରୁ ଆରମ୍ଭ, ବିବାହରେ ଶେଷ; ସିନେମା କାହାଣୀକୁ ଟକ୍କର ଦେଉଛି ସୁନିଲ ଗାଭାସ୍କରଙ୍କ ପ୍ରେମ କାହାଣୀ | 01:24 PM ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ସ୍ୱାସ୍ଥ୍ୟ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସହାୟତା
ରାଜନୀତି

୨୦୨୭ ଜନଗଣନା ପରେ ପଞ୍ଚାୟତ ନିର୍ବାଚନ, ଏପ୍ରିଲରେ ବାହାରିପାରେ ବିଜ୍ଞପ୍ତି

ଭୁବନେଶ୍ୱର, ୧୦/୦୭: ୨୦୨୭ ଜନଗଣନା ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଏପ୍ରିଲ ମାସରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଜୁନ୍ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଥିବା ବେଳେ, ଆସନ୍ତା ୨୧ ତାରିଖରେ ପୁଣି ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ।

ଏଥର ପ୍ରଥମଥର ପାଇଁ ନିର୍ବାଚନ ପୂର୍ବରୁ ଘରକୁ ଘର ବୁଲି ସର୍ଭେ କରାଯିବ। ଏହା ସହ ବୁଥ୍‌ଭିତ୍ତିକ ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଦ୍ୟତନ କରାଯିବ। ଗୋଟିଏ ବୁଥ୍‌ରେ ବିଭିନ୍ନ ଅଞ୍ଚଳର ଭୋଟର ଥିବାରୁ ଭୋଟଦାନ ହାର କମୁଥିବା ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଉଛି। ସର୍ଭେ ଶେଷ ପରେ ପ୍ରତ୍ୟେକ ବୁଥ୍‌ର ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ ହେବ ଏବଂ ସମ୍ପୃକ୍ତ ଭୋଟରମାନେ ନିଜ ନିର୍ଦ୍ଧାରିତ ବୁଥ୍‌ରେ ହିଁ ମତଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।

ଘରକୁ ଘର ସର୍ଭେ କରି ପ୍ରସ୍ତୁତ ହେବ ଭୋଟର ତାଲିକା

୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ନିର୍ବାଚନୀ ଭୋଟର ତାଲିକା ଟେବୁଲ୍‌ରେ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ, ଏଥର ଘରକୁ ଘର ବୁଲି ସୂଚନା ସଂଗ୍ରହ କରି ଭୋଟର ତାଲିକା ପ୍ରସ୍ତୁତ କରାଯିବ।

ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ମୋଟ ୯୧,୯୩୦ଟି ୱାର୍ଡ ଓ ବୁଥ୍ ରହିଛି। ପ୍ରତ୍ୟେକ ବୁଥ୍‌ର ଭୋଟର ତାଲିକାକୁ ସଠିକ୍ ଓ ଅଦ୍ୟତନ କରିବା ଉପରେ କମିଶନ ବିଶେଷ ଗୁରୁତ୍ୱ ଦେଉଛନ୍ତି।

୨୧ ତାରିଖରେ ହେବ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ରାଜ୍ୟରେ ୨୦୨୭ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଅବଗତ କରାଯାଇଛି।

ଓସ୍ୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମର ଅଗ୍ରଗତି ଓ ପରବର୍ତ୍ତୀ କାର୍ଯ୍ୟଯୋଜନା ସମୀକ୍ଷା କରାଯିବ।

ଏହି ବୈଠକରେ ସମସ୍ତ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନ ନୋଡାଲ୍ ଅଫିସର), ଇଆରଓ (ERO), ଏଇଆରଓ (AERO) ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଜ ନିଜ ଜିଲ୍ଲାର ଓସ୍ୱାନ କେନ୍ଦ୍ରରୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପିର ପ୍ରତିକ୍ରିୟା

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ଭାବେ ନିଜ ଦାୟିତ୍ୱ ପାଳନ କରୁଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ଦଳ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଏବଂ ଶାସକ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେହି ସହ ବିଜେଡିର ଭବିଷ୍ୟତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ