ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ଓଡ଼ିଶା

ଝାରପଡ଼ା ଜେଲରେ ଆଉ ଜଣେ କଏଦୀ ଏଚଆଇଭି ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଲା

ଭୁବନେଶ୍ୱର, ୧୦/୦୭: ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀଙ୍କଠାରେ ଏଚଆଇଭି ସଂକ୍ରମଣ ଚିହ୍ନଟ ହୋଇଛି। ଏହା ସହିତ ଜେଲରେ ଏଚଆଇଭି ପଜିଟିଭ୍ କଏଦୀଙ୍କ ସଂଖ୍ୟା ବଢ଼ି ୯ରେ ପହଞ୍ଚିଛି।

ସୂଚନା ଅନୁସାରେ, ଗତକାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଜେଲରେ ପ୍ରବେଶ ପୂର୍ବରୁ ନିୟମ ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ମେଡିକାଲ ସ୍କ୍ରିନିଂ କରାଯାଇଥିଲା। ଏହି ସ୍କ୍ରିନିଂ ସମୟରେ ସମ୍ପୃକ୍ତ କଏଦୀଙ୍କ ଏଚଆଇଭି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଥିବା ଚିହ୍ନଟ ହୋଇଥିଲା। ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସଂକ୍ରମିତ କଏଦୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ ଚିକିତ୍ସା, ପରାମର୍ଶ ଏବଂ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ଜେଲ ଭିତରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୩ ତାରିଖରେ କଟକ ଚୌଦ୍ୱାର ମଣ୍ଡଳ କାରାଗାରରେ ମଧ୍ୟ ୫ ଜଣ କଏଦୀଙ୍କଠାରେ ଏଚଆଇଭି ସଂକ୍ରମଣ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ସଜାପ୍ରାପ୍ତ କଏଦୀ ଓ ଅନ୍ୟ ୩ ଜଣ ବିଚାରାଧୀନ କଏଦୀ ଥିଲେ। ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଥିଲେ। ସଂକ୍ରମିତ କଏଦୀମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଜଣେ ଡାକ୍ତର ଓ ଦୁଇଜଣ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ତଦାରଖ କରୁଛନ୍ତି।

ଅନ୍ୟପକ୍ଷରେ, ପୂର୍ବରୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଜେଲ ଭିତରେ କଫ୍ ସିରପ୍ ଓ ମିଆଦ ଉତ୍ତୀର୍ଣ୍ଣ ଔଷଧର ଅପବ୍ୟବହାର ଅଭିଯୋଗ ସାମ୍ନାକୁ ଆସିଥିଲା। ଅତ୍ୟଧିକ ପରିମାଣରେ ଏଭଳି ଔଷଧ ସେବନ କରି କିଛି କଏଦୀ ଅସୁସ୍ଥ ହୋଇପଡ଼ିଥିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରାରମ୍ଭରେ ଏହାକୁ ଫୁଡ୍ ପଏଜନିଂ ବୋଲି କୁହାଯାଉଥିଲେ ମଧ୍ୟ, ପରବର୍ତ୍ତୀ ସମୟରେ ଚିକିତ୍ସକଙ୍କ ରିପୋର୍ଟ ପରେ ଘଟଣା ନୂଆ ମୋଡ଼ ନେଇଥିଲା। ବର୍ତ୍ତମାନ ଜେଲ ଭିତରେ ନିଷିଦ୍ଧ ସାମଗ୍ରୀ ଓ ନିଶାଦ୍ରବ୍ୟର ପ୍ରବେଶକୁ ନେଇ ପୁଣିଥରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ