ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ଭାରତ

୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ୧୪ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାପଘରକୁ ଯାଇଥିବା ସ୍ତ୍ରୀ ଘରକୁ ଫେରିବାକୁ ମନା କରିବା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାଟି ଫତେହପୁର ଥାନା ଅଞ୍ଚଳରେ ଘଟିଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସନି ସୈନି ଓ ମୀନୁ ପ୍ରାୟ ୧୪ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ସମୟକ୍ରମେ ସେମାନଙ୍କର ଚାରିଜଣ ସନ୍ତାନ ଜନ୍ମ ନେଇଥିଲେ। ତେବେ କିଛି ସମୟ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହୁଥିଲା, ଯାହା ଫଳରେ ସମ୍ପର୍କରେ ତିକ୍ତତା ବଢ଼ିଥିଲା।

ପ୍ରାୟ ୨୦ ଦିନ ପୂର୍ବେ ମୀନୁ ଅସନ୍ତୁଷ୍ଟ ହୋଇ ବାପଘରକୁ ଚାଲିଯାଇଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ସନି ଅନେକ ଥର ବୁଝାଇବାକୁ ଯାଇଥିଲେ, କିନ୍ତୁ ମୀନୁ ଫେରିବାକୁ ରାଜି ହୋଇନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ଅଭିଯୁକ୍ତ ଉତ୍ତେଜିତ ହୋଇ ଛୁରୀରେ ଆକ୍ରମଣ କରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।

ପୂର୍ବରୁ କରିଥିଲା ହତ୍ୟା ଯୋଜନା

ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ସନି ସୈନି ସ୍ୱୀକାର କରିଥିବା ଜଣାପଡ଼ିଛି ଯେ, ଘଟଣାର ଦୁଇରୁ ତିନି ଦିନ ପୂର୍ବରୁ ସେ ଏକ ଛୁରୀ କିଣିଥିଲେ। ଘଟଣା ଦିନ ସ୍ତ୍ରୀଙ୍କୁ ଘରକୁ ନେବା ଉଦ୍ଦେଶ୍ୟରେ ବାପଘରକୁ ଯାଇଥିଲେ। ସେଠାରେ ପୁଣିଥରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ସେ ସାଙ୍ଗରେ ନେଇଥିବା ଛୁରୀରେ ଆକ୍ରମଣ କରି ମୀନୁଙ୍କୁ ହତ୍ୟା କରିଥିଲେ। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।

ଅଭିଯୁକ୍ତ ଗିରଫ, ଛୁରୀ ଜବତ

ଘଟଣା ପରେ ମୃତକଙ୍କ ବାପା ବାଲକିଶନ ଜୁଲାଇ ୮ ତାରିଖରେ ଫତେହପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପରବର୍ତ୍ତୀ ସମୟରେ ଜଣେ ସୂଚନାଦାତାଙ୍କ ସହାୟତାରେ ପୋଲିସ ଅଭିଯୁକ୍ତ ସନି ସୈନିଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଘଟଣା ସମ୍ପର୍କରେ ସବୁ ସତ୍ୟ ସ୍ୱୀକାର କରିଥିବା ପୋଲିସ କହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି। ଏହାସହ ମାମଲାରେ ଅସ୍ତ୍ର ଆଇନର ସମ୍ପୃକ୍ତ ଧାରା ମଧ୍ୟ ଯୋଡ଼ାଯାଇଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ