ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ | 08:55 AM ଫୋନ୍, ଲାପଟପ୍ ଓ ଟିଭି ଦାମ କମିପାରେ, ସରକାରଙ୍କ ବଡ଼ ପଦକ୍ଷେପ | 08:29 AM ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ | 08:27 AM କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼, ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କେତନଙ୍କ ବାପା | 08:22 AM ୧୪ ବର୍ଷର ପ୍ରେମ ବିବାହର କରୁଣ ପରିଣତି; ବାପଘରକୁ ଯିବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ଓଡ଼ିଶା

ଅଣସରର ଦ୍ୱାଦଶ ଦିନରେ ସୁସ୍ଥତା ଆଡ଼କୁ ବଢ଼ୁଛନ୍ତି ଶ୍ରୀଜିଉ

ପୁରୀ, ୧୦/୦୭: ଆଜି ଅଣସରର ଦ୍ୱାଦଶ ଦିନ ତଥା ଦଶମୀ ତିଥି। ଦଇତାପତି ସେବାୟତଙ୍କ ଗୁପ୍ତ ସେବା ଓ ଉପଚାର ପରେ ଶ୍ରୀବିଗ୍ରହଙ୍କ ସ୍ୱାସ୍ଥ୍ୟରେ କ୍ରମଶଃ ସୁଧାର ଆସୁଛି। ଶରୀରର ତାତି କମିଥିବାରୁ ଆଜି ମହାପ୍ରଭୁ ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ। ଅନ୍ୟପଟେ ରାଜବୈଦ୍ୟ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜମା କରିବେ।

ପରମ୍ପରା ଅନୁଯାୟୀ, ଆସନ୍ତାକାଲି ଶ୍ରୀଜିଉ ଦଶମୂଳ ମୋଦକ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅଣସର ପଞ୍ଚମୀରେ ଫୁଲୁରୀ ତେଲ ଲାଗି ଏବଂ ପରବର୍ତ୍ତୀ ଚାରି ଦିନ ଧରି ଓଷ ଲାଗି ନୀତି ସମ୍ପନ୍ନ ହେବା ପରେ ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ସ୍ନାନପୂର୍ଣ୍ଣିମାରେ ପବିତ୍ର ସ୍ନାନ ପରେ ଅସୁସ୍ଥ ହୋଇପଡ଼ିଥିବା ମହାପ୍ରଭୁ ବର୍ତ୍ତମାନ ଦଇତାପତିଙ୍କ ସେବା ଓ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ଏବଂ ବେହେରଣ ଦ୍ୱାର ଖୋଲାଯିବ। ଏହାପରେ ଅନବସର ନୀତି ଅନୁଷ୍ଠିତ ହେବ। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତି ସମ୍ପୂର୍ଣ୍ଣ କରାଯିବ।

ରଥଖଳାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

ରଥଯାତ୍ରାକୁ ଆଉ ହାତଗଣତି କିଛି ଦିନ ବାକି ଥିବାବେଳେ ରଥଖଳାରେ କାର୍ଯ୍ୟକଳାପ ତୀବ୍ର ହୋଇଉଠିଛି। ତିନି ରଥର ନିର୍ମାଣ ଓ ସାଜସଜ୍ଜା କାମରେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ବ୍ୟସ୍ତ ରହିଛନ୍ତି।

ଇତିମଧ୍ୟରେ ତିନି ରଥରେ ପାର୍ଶ୍ୱ ଦେବଦେବୀଙ୍କ ସଂସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ମହାରଣା ଓ ଭୋଇ ସେବକମାନେ ମିଳି ପ୍ରତ୍ୟେକ ରଥର ଉଭୟ ପାର୍ଶ୍ୱରେ ମୋଟ ୯ଟି ପାର୍ଶ୍ୱ ଦେବଦେବୀଙ୍କୁ ଜଳଯନ୍ତ୍ର ଖାପରେ ସ୍ଥାପନ କରିଛନ୍ତି। ସେହିପରି ଶିଖର ଡମ୍ବରୁ ଓ ଦେବଦେବୀଙ୍କ ଆସ୍ଥାନ ସ୍ଥାପନ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ରଙ୍ଗ ଓ ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ

ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶ, ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାମ ଶେଷ ପର୍ଯ୍ୟାୟକୁ ନେଇଯାଇଛନ୍ତି। ଅନ୍ୟପଟେ ଦରଜୀ ସେବକମାନେ ତିନି ରଥର ବତା କନାରେ ଲେସ୍ ଫିଟିଂ କାମ ସମ୍ପୂର୍ଣ୍ଣ କରିଛନ୍ତି।

ଏହା ସହ ରଥର ୧୨ଟି ଦୁଆର ବେଢ଼ା ଓ ୧୨ଟି ଚନ୍ଦ୍ରଶାଳୀରେ ଜରୀ ଲେସ୍, ଫୁଲ, ଡାଳି ଓ ଲତା ସଜାଯାଉଛି। ଶ୍ରୀବିଗ୍ରହଙ୍କ ଚକାବିଜେ ପାଇଁ ବନାରସୀ ଜରୀ କନାଖୋଳ, ପିଠି ଓ ମସ୍ତକ ପଛ ଭାଗ ପାଇଁ ଅପସର ତକିଆ ପ୍ରସ୍ତୁତି କାମ ଚାଲିଥିବାବେଳେ ସାରଥୀଙ୍କ ପୋଷାକ ସିଲାଇ କାର୍ଯ୍ୟ ମଧ୍ୟ ଜାରି ରହିଛି।

ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତି ଜାରି

ଦୋଳବେଦୀ ଅସ୍ଥାୟୀ କମାରଶାଳାରେ ଓଝା କମାର ସେବକମାନେ ରଥଯାତ୍ରା ସମୟରେ ଆବଶ୍ୟକ ହେବାକୁ ଥିବା ଲୁହା କଣ୍ଟା ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ସେହିପରି ପାହି ମହାରଣାମାନେ ମଧ୍ୟ ରଥଯାତ୍ରା ପାଇଁ ଆବଶ୍ୟକ ବିଭିନ୍ନ କାଠ ସରଞ୍ଜାମ ନିର୍ମାଣ କାମକୁ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ