ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
05:33 AM ମଜାରେ କନ୍ୟାଙ୍କ ଓଢ଼ଣା ଟାଣିଲେ ବରର ଭାଇ; ବିବାହ ବେଦିରୁ ମାମଲା ପହଞ୍ଚିଲା ଥାନା | 05:32 AM AI ସ୍ମାର୍ଟ ଗ୍ଲାସ୍ ଦେଖିବ-ଶୁଣିବ ସବୁକିଛି? ଗୋପନୀୟତାକୁ ନେଇ ବଢ଼ିଲା ଚିନ୍ତା | 05:32 AM କାନ୍ଥ ଭିତରେ ସୁନା, ବେଡ୍‌ରେ ନଗଦ; ପୂର୍ବ ARTOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | 05:16 AM ଆଜିର ରାଶିଫଳ: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ କାହା ପାଇଁ କେମିତି ରହିବ ଦିନ | 05:33 AM ମଜାରେ କନ୍ୟାଙ୍କ ଓଢ଼ଣା ଟାଣିଲେ ବରର ଭାଇ; ବିବାହ ବେଦିରୁ ମାମଲା ପହଞ୍ଚିଲା ଥାନା | 05:32 AM AI ସ୍ମାର୍ଟ ଗ୍ଲାସ୍ ଦେଖିବ-ଶୁଣିବ ସବୁକିଛି? ଗୋପନୀୟତାକୁ ନେଇ ବଢ଼ିଲା ଚିନ୍ତା | 05:32 AM କାନ୍ଥ ଭିତରେ ସୁନା, ବେଡ୍‌ରେ ନଗଦ; ପୂର୍ବ ARTOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | 05:16 AM ଆଜିର ରାଶିଫଳ: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ କାହା ପାଇଁ କେମିତି ରହିବ ଦିନ | 05:33 AM ମଜାରେ କନ୍ୟାଙ୍କ ଓଢ଼ଣା ଟାଣିଲେ ବରର ଭାଇ; ବିବାହ ବେଦିରୁ ମାମଲା ପହଞ୍ଚିଲା ଥାନା | 05:32 AM AI ସ୍ମାର୍ଟ ଗ୍ଲାସ୍ ଦେଖିବ-ଶୁଣିବ ସବୁକିଛି? ଗୋପନୀୟତାକୁ ନେଇ ବଢ଼ିଲା ଚିନ୍ତା | 05:32 AM କାନ୍ଥ ଭିତରେ ସୁନା, ବେଡ୍‌ରେ ନଗଦ; ପୂର୍ବ ARTOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | 05:16 AM ଆଜିର ରାଶିଫଳ: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ କାହା ପାଇଁ କେମିତି ରହିବ ଦିନ
ଭାରତ

ମଜାରେ କନ୍ୟାଙ୍କ ଓଢ଼ଣା ଟାଣିଲେ ବରର ଭାଇ; ବିବାହ ବେଦିରୁ ମାମଲା ପହଞ୍ଚିଲା ଥାନା

ନୂଆଦିଲ୍ଲୀ, ୧୧/୦୭: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମାନ୍ୟ ମଜାକକୁ ନେଇ ଦୁଇ ପରିବାର ମଧ୍ୟରେ ବଡ଼ ବିବାଦ ସୃଷ୍ଟି ହୋଇଥିବା ରିପୋର୍ଟ ମିଳିଛି। ସାତ ଫେରା ଚାଲିଥିବା ସମୟରେ ବରର ସାନ ଭାଇ କନ୍ୟାଙ୍କ ଓଢ଼ଣା ଟାଣିଦେବା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ହୋଇଥିଲା।

ଘଟଣାଟି ହରଦୋଇର ଅତରୌଲି ଥାନା ଅଞ୍ଚଳରେ ଘଟିଥିବା କୁହାଯାଇଛି। ବିବାହ ରୀତିନୀତି ଚାଲିଥିବାବେଳେ ମଜାକରେ ହୋଇଥିବା ଏହି କାର୍ଯ୍ୟକୁ କନ୍ୟା ପକ୍ଷ ବିରୋଧ କରିଥିଲେ। ପରେ କଥା କଟାକଟି ବଢ଼ିବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ହାତାହାତିରେ ବରଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ କନ୍ୟାଙ୍କ ଜଣେ ସମ୍ପର୍କୀୟ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ବିବାହ ରୀତିନୀତି ଅଧାରେ ବନ୍ଦ ରଖି ଦୁଇ ପକ୍ଷ ଥାନାକୁ ଯାଇଥିଲେ।

ପୋଲିସ ଏବଂ ଗାଁର ମୁଖିଆଙ୍କ ଉପସ୍ଥିତିରେ ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଆହତଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୪ ହଜାର ୫୦୦ ଟଙ୍କା ଦିଆଯାଇଥିବା ରିପୋର୍ଟ ହୋଇଛି। କୌଣସି ଏତଲା ଦାଖଲ ହୋଇନଥିବାବେଳେ ଦୁଇ ପରିବାର ପୁଣି ବିବାହ ମଣ୍ଡପକୁ ଫେରି ବାକି ରୀତିନୀତି ସମ୍ପନ୍ନ କରିଥିଲେ।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ